ଓଡ଼ିଶା ଲିଡ୍ସ(ଯାଜପୁର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି । ଆଜି ଯାଜପୁର ଟାଉନ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାନେତ୍ରୀ ଦେବଜାନୀ ପ୍ରଧାନ, ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା, ବରିଷ୍ଠ ବିଜେପି ନେତା ଗୌତମ ରାୟ, ଜିଲ୍ଲା ବିଜେପି ସମ୍ପାଦକ ସୁରଜ ଲାଲ ସାମଲ, ଯୁବନେତା ଅକ୍ଷୟ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମ ତିଥି ଅବସରରେ ଆୟୋଜିତ ହେଉଥିବା ରକ୍ତଦାନ ଶିବିର ଏକ ମହତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ମତ ଦେବା ସହିତ ଆଜିର ଶିବିରରେ ରକ୍ତଦାନ ଭଳି ମହତ ଦାନ କରୁଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ଅତିଥି ମାନେ । କାର୍ଯ୍ୟକ୍ରମରେ ଯୁବ ବିଜେପିର ବହୁ କର୍ମୀ ଯୋଗଦାନ କରି ରକ୍ତଦାନ କରିଥିଲେ ।




















