Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ୭୯ ବର୍ଷରେ ପାଦ ଥାପିଲେ ନବୀନ, ଜନ୍ମଦିନରେ ଶୁଭେଚ୍ଛାର ସୁଅ

୭୯ ବର୍ଷରେ ପାଦ ଥାପିଲେ ନବୀନ, ଜନ୍ମଦିନରେ ଶୁଭେଚ୍ଛାର ସୁଅ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଦେଇଛନ୍ତି। ନିଜର ନିଆରା ମଣିଷ ପଣିଆ ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ନବୀନଙ୍କୁ ଏହି ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି ।

୧୯୪୬ ମସିହା‌ ଅକ୍ଟୋବର ମାସ ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ। ଯୁବାବସ୍ଥାରେ ରାଜନୀତିରେ ରୁଚି ରଖୁ ନଥିବା ନବୀନ ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ପରବର୍ତ୍ତୀ ସମୟରେ ବିଜେଡି ଗଠନ ହେଲା ପରେ ସେ ଦକର ସଭାପତି ହୋଇଥିଲେ । ରାଜନୀତିକୁ ପ୍ରବେଶ କରିବା ୨୯ ବର୍ଷ ହୋଇଗଲାଣି। ୨୯ ବର୍ଷ ମଧ୍ୟରୁ ୨୫ ବର୍ଷରୁ ଅଧିକ ସମୟ ଧରି ନବୀନ କ୍ଷମତାରେ ରହିଛନ୍ତି। ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଥିଲା ବେଳେ ୨୦୦୦ ମସିହାରେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ଓଡ଼ିଶାରେ କଂଗ୍ରେସକୁ ହଟାଇ କ୍ଷମତାକୁ ଆସିଥିଲା । ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ଏହା ପରେ ବିଭିନ୍ନ କାରଣ କୁ ନେଇ ବିଜେପି ସହିତ ମେଣ୍ଟ ଭାଙ୍ଗି ଯାଇଥିଲା । ହେଲେ ନିଜ ନେତୃତ୍ୱ ବଳରେ ବିଜେଡିକୁ ରାଜ୍ୟରେ ତିନି ଥର କ୍ଷମତାସୀନ କରାଇଥିଲେ ନବୀନ । ତାଙ୍କ ସମ୍ମୁଖରେ କଂଗ୍ରେସ ଓ ବିଜେପି ସଫଳ ପ୍ରଦର୍ଶନ କରି ପାରିନଥିଲା । ଏହି ସମୟରେ ନବୀନ ରାଜ୍ୟ ତଥା ଦେଶରେ ଜଣେ ଚର୍ଚ୍ଚିତ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ୨୪ ବର୍ଷ ଧରି ଲଗାତାର ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବିରେ ରହି ରେକର୍ଡ କରିଛନ୍ତି ନବୀନ ।

ଏହା ସହିତ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବାରେ ସେ ଦେଶରେ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ଓଡ଼ିଆ ନ ଜାଣିବାର ଅପବାଦ ସହିତ ଲୋକଙ୍କ ସହ ସିଧାସଳଖ ସମ୍ପର୍କରେ ନ ରହିବା ପରେ ମଧ୍ୟ ସେ ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା ହୋଇ ପାରିଛନ୍ତି । ନିର୍ବାଚନୀ ରାଜନୀତିରେ ତାଙ୍କ ଚତୁର ଗୋଟି ଚାଳନା ବିରୋଧୀଙ୍କୁ ବିଭିନ୍ନ ସମୟରେ ଧୂଳି ଚଟାଇବାରେ ସକ୍ଷମ ହୋଇଛି । ତାଙ୍କ ରଣନୀତି ଆଗରେ ଵିରୋଧି ଉପାୟଶୂନ୍ୟ ହୋଇ ପଡିଛନ୍ତି । ତାଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ, ବିଧାନସଭା ନିର୍ବାଚନ ସହିତ ବିଭିନ୍ନ ଉପନିର୍ବାଚନ ଗୁଡିକରେ ବିଜେଡି ଈର୍ଷଣୀୟ ସଫଳତା ପାଇଥିଲା । ତାଙ୍କ ସମୟରେ ବହୁ ନୂତନ ନେତାଙ୍କ ଅଭ୍ୟୁଥାନ ହୋଇଥିଲା ବେଳେ ବହୁ ଆଗଧାଡ଼ିର ନେତାଙ୍କ ରାଜନୀତି ଶେଷ ମଧ୍ୟ ହୋଇ ଯାଇଛି ।

ହେଲେ ଗତ ସାଧାରଣ ନିର୍ବାଚନରେ ଦଳ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇ ନଥିଲା । ଫଳରେ ନବୀନ କ୍ଷମତାଚ୍ୟୁତ ହୋଇଥିଲେ । ବିଜେପି ରାଜ୍ୟରେ କ୍ଷମତା ହାସଲ କରିଥିଲା । କ୍ଷମତାରେ ଥିଲା ବେଳେ ଓ କ୍ଷମତାରୁ ଗଲା ପରେ ବି ତାଙ୍କ ମଧ୍ୟରେ ସେଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଦଳ ମଧ୍ୟରେ ତାଙ୍କ ନେତୃତ୍ୱ ପ୍ରତି ଲେସ ମାତ୍ର ବିରୋଧ ଦେଖିବାକୁ ମିଳିନାହିଁ । କେବଳ ନିଜ ଦଳ ନୁହେଁ ଅନ୍ୟ ଦଳର ନେତାମାନଙ୍କର ତାଙ୍କ ପ୍ରତି ସମ୍ମାନ ବୋଧ ବାରି ହୋଇପଡେ ।

୨୦୨୪ ନିର୍ବାଚନ‌ରେ ବିଜେଡି ପରାଜିତ ହେଲା ପରେ ପରେ ଭି. କେ. ପାଣ୍ଡିଆନଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ସ୍ବାସ୍ଥ୍ୟଗତ କାରଣରୁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଆଉ ବେଶି ଯୋଗଦେଉ ନଥିଲା ବେଳେ କିଛିଦିନ ଧରି ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି । ଏବେ ବି ସେ ବିଜେଡିର ସର୍ବମାନ୍ୟ ନେତା । ଦଳରେ ତାଙ୍କ ନେତୃତ୍ବ ଓ ତାଙ୍କ ନିଷ୍ପତ୍ତି ଆଜିବି ଶେଷ ନିଷ୍ପତି ହୋଇ ରହିଛି । ଆଜିର ଶୁଭ ଜନ୍ମ ଦିନରେ ରାଜ୍ୟବାସୀ ଦଳ ମତ ନିର୍ବିଶେଷରେ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଶୁଭ ମନାସୀଛନ୍ତି ।

Leave a comment

Your email address will not be published. Required fields are marked *