ଓଡ଼ିଶା ଲିଡ୍ସ(ଯାଜପୁର): ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ଆରମ୍ଭ ହୋଇଛି ଯାଜପୁର ପ୍ରସିଦ୍ଧ କାଳୀପୂଜା । ଆଜି ଠାରୁ ଏହି ପ୍ରସିଦ୍ଧ କାଳୀପୂଜା ଆରମ୍ଭ ହୋଇଛି । ଆଜିଠାରୁ ବିଭିନ୍ନ ପୂଜା ମଣ୍ଡପରେ ଲକ୍ଷ୍ମୀ ନାରାୟଣ ପୂଜା ପାଇଛନ୍ତି
କାଳୀପୂଜା ପାଇଁ ଏହି ଐତିହାସିକ, ପୌରାଣିକ ଓ ଭାଇଚାରାର ସହର ଯାଜପୁର ନବବଧୂ ବେଶରେ ସଜେଇ ହୋଇଛି । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ବ୍ୟାପକ ସାଜସଜ୍ଵା ହୋଇଛି । ବିଶେଷ କରି ବିଭିନ୍ନ ଆଲୋକରେ ସଜେଇ ହୋଇଛି ସହର । ଯୁଆଡେ ଦେଖିବେ ଭଳିକି ଭଳି ଆଲୋକ । ରଙ୍ଗ ବେରଙ୍ଗର ଆଲୋକ ପୁରା ସହରକୁ ନବବଧୂ ବେଶରେ ସଜାଇ ଦେଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଆଲୋକର ଗେଟ ସହିତ ରାସ୍ତାର ଉଭୟ କଡ଼ରେ ବିଭିନ୍ନ ଆଲୋକ ସଜା ଯାଇଛି । ସହର ସଜେଇ ହୋଇ ପଡ଼ିଥିଲା ସହରବାସୀ କାଳୀପୂଜାର ଆନନ୍ଦ ନେବାକୁ ବି ପ୍ରସ୍ତୁତ ହୋଇ ସାରିଲେଣି ।




















