ଓଡ଼ିଶା ଲିଡ୍ସ(ବ୍ୟୁରୋ): ଟ୍ରେନ ବିଳମ୍ବ ହେବା ଅନେକଙ୍କୁ ସମସ୍ୟାରେ ପକାଇଥାଏ । ଠିକ ସମୟରେ ସିଗନାଲ ନ ମିଳିବାରୁ ଲୋକୋ ପାଇଲଟ ଟ୍ରେନକୁ ଅଟକାଇ ରଖିବାକୁ ବାଧ୍ୟ ହୁଅନ୍ତି । ଏହାର କାରଣ କହିଛି ରେଳ ମନ୍ତ୍ରାଳୟ । ଯାଞ୍ଚ ବେଳେ ସିଗନାଲରୁ ଗୁଟଖା, ଚିପ୍ସ ଓ ବିସ୍କୁଟ ଆଦିର ଜରି ବାହାରିଥାଏ। ଏହା ଟ୍ରେନ ବିଳମ୍ବର କାରଣମାନଙ୍କ ମଧ୍ୟରୁ ଗୋଟିଏ ବୋଲି ମତ ଦେଇଛି ମନ୍ତ୍ରାଳୟ ।
ଯାତ୍ରୀବାହୀ ଟ୍ରେନଗୁଡ଼ିକ ପ୍ରାୟତଃ ଯାତ୍ରୀଙ୍କ ଦାୟିତ୍ୱହୀନ ଆଚରଣ ଯୋଗୁଁ ବିଳମ୍ବ ହୋଇଥାଏ। ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଯାତ୍ରୀମାନେ ଯାତ୍ରା କରିବା ସମୟରେ ପ୍ରାୟତଃ ଗୁଟଖା ସହିତ ବିସ୍କୁଟ, ଚିପ୍ସ ଖାଇ ଥାଆନ୍ତି। ଖାଇବା ପରେ ସେହି ଜରିକୁ ଟ୍ରେନ ଝରକା କିମ୍ବା ଦ୍ବାର ଦେଇ ବାହାରକୁ ଫିଙ୍ଗି ଦେଇଥାଆନ୍ତି । ଏହି ସମୟରେ ସେହି ଜରି ଖୋଳ ପବନରେ ଉଡ଼ିଉଡ଼ି କେତେକ ସମୟରେ ସିଗନାଲରେ ଲାଗିଯାଏ। ଯାହା ଫଳରେ ସିଗନାଲ ନମିଳିବା ହେତୁ ଟ୍ରେନ୍ ଧାରଣାରେ ଛିଡା ହୋଇ ରହିବାକୁ ବାଧ୍ୟ ହୁଏ । ଏହାକୁ ସଫା କରିବାକୁ ରେଳ କର୍ମଚାରୀ ଅସୁବିଧାର ସମ୍ମୁଖିନ ହୁଅନ୍ତି ।




















