Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ନୂଆପଡା ଉପନିର୍ବାଚନ:ନବୀନଙ୍କୁ ନେଇ ଚିନ୍ତାରେ ବିଜେପି !

ନୂଆପଡା ଉପନିର୍ବାଚନ:ନବୀନଙ୍କୁ ନେଇ ଚିନ୍ତାରେ ବିଜେପି !

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବେଶ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ଉପନିର୍ବାଚନରେ ବିଜେପି ସହିତ କଂଗ୍ରେସର ପ୍ରତିଦ୍ୱନ୍ଦିତା ହେବ ବୋଲି କହିଥିଲେ । ହେଲେ ଏବେ ନୂଆପଡା ଉପନିର୍ବାଚନରେ ବିଜେଡିକୁ ନେଇ ବିଜେପି ଚିନ୍ତାରେ ପଡ଼ି ସାରିଛି । ଆଉ ବିଜେପି ପାଇଁ ଚିନ୍ତାର କାରଣ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଆସନ୍ତା ୩ ଓ ୭ ତାରିଖ ଦୁଇଦିନ ନୂଆପଡାରେ ପ୍ରଚାର କରିବେ । ଗତ ନିର୍ବାଚନରେ ବିଜେଡି ପରାଜିତ ହୋଇଥିଲେ ମଧ୍ୟ ଏବେ ବି ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କମି ନାହିଁ । ବିଗତ ୧୬ ମାସ ମଧ୍ୟରେ ବିଜେପି ସରକାର ବିଭିନ୍ନ କାରଣକୁ ନେଇ ବେଶ ନିନ୍ଦିତ ହୋଇଛି । ରାଜ୍ୟରେ ଆଇନ କାନୁନ ବ୍ୟବସ୍ଥା ବେଶ ନିମ୍ନଗାମୀ ହୋଇଛି । ରାଜ୍ୟରେ ଘଟିଥିବା ବିଭିନ୍ନ ଘଟଣାକ୍ରମ ସରକାରକୁ ନିନ୍ଦିତ କରିଛି । ଏହାରି ଭିତରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

ନୂଆପଡା ଉପନିର୍ବାଚନ ତିନିଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଛିଡା ହୋଇଛି । କଂଗ୍ରେସ ପାଇଁ ଏହି ନିର୍ବାଚନ ଜିତିବା ହାରିବା ଯେତିକି ଗୁରୁତ୍ୱ ବହନ କରୁନାହିଁ ତା ଠାରୁ ଢେର ଅଧିକ ଗୁରୁତ୍ୱ ବହନ କରୁଛି ବିଜେପି ଓ ବିଜେଡି ପାଇଁ । ବିଜେପି ଶାସକ ଦଳ ହୋଇଥିବାରୁ ଉପନିର୍ବାଚନ ଜିତିବା ବେଶ ଜରୁରୀ ହୋଇଛି । ନିର୍ବାଚନ ଜିତିଲେ ରାଜ୍ୟବାସୀଙ୍କର ଦଳ ଓ ସରକାର ଉପରେ ଭରସା ଓ ବିଶ୍ୱାସ ଅଛି ବୋଲି ପ୍ରମାଣିତ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ । ଦଳ ଯଦି ପରାଜିତ ହୁଏ ତେବେ ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକପ୍ରିୟତା ଓ ସରକାର ଉପରେ ବ୍ୟାପକ ପ୍ରଭାବ ପକାଇବ ।

ଅପରପକ୍ଷେ ମୁଖ୍ୟ ଵିରୋଧି ଦଳ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ଭଳି ହୋଇଛି । ଦଳ ସରକାରରୁ ଗଲା ପରେ ଦଳ ମଧ୍ୟରେ ତୀବ୍ର ଅନ୍ତର୍ଦ୍ୱନ୍ଦ ଦେଖିବାକୁ ମିଳିଛି । ଦଳରୁ ବହୁ ବରିଷ୍ଠ ନେତା ମୁହଁ ଫେରାଇ ନେଇଥିଲା ବେଳେ ଦଳ ମଧ୍ୟରେ ଅସମ୍ଭବ ଅବିଶ୍ୱାସର ବାତାଵରଣ ଦେଖିବାକୁ ମିଳିଛି । ଦଳ ଏହି ନିର୍ବାଚନ ଜିତିବା ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଦଳ ନୂଆପଡା ଉପନିର୍ବାଚନରେ ପରାଜିତ ହେଲେ ଦଳର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବା ବି ଅସମ୍ଭବ ନୁହେଁ ।

ନିର୍ବାଚନ ପୂର୍ବରୁ ବିଭିନ୍ନ ଚର୍ଚ୍ଚାକୁ ପଛରେ ପକାଇ ବିଜେଡି ବିଗତ ଦିନର ସବୁ ନିର୍ବାଚନକୁ ଯେଭଳି ଗୁରୁତ୍ୱ ଦେଇ ଲଢ଼େ ସେଇଭଳି ଢଙ୍ଗରେ ଲଢ଼ିବା ଦେଖିବାକୁ ମିଳୁଛି । ଦଳର ବଡ଼ରୁ ଛୋଟ ସବୁ ନେତା ପ୍ରାୟ ନୂଆପଡ଼ାରେ ଡେରା ପକାଇ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ଦଳ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି ଏହି ନିର୍ବାଚନ ପାଇଁ । ଆଉ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଦଳର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକଙ୍କ ନାଁ । ଯାହା ଦଳର ନେତାଙ୍କ ଠାରୁ ନେଇ କର୍ମୀଙ୍କୁ ଉତ୍ସାହିତ କରିଛି ।

ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ନବୀନଙ୍କ ଲୋକପ୍ରିୟତା ଥିଲା ବେଳେ ନବୀନ ପ୍ରଚାର ମଇଦାନକୁ ଓହ୍ଲାଇଲେ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି କେବଳ ବିଜେଡି ନୁହେଁ ବିଜେପି ଓ କଂଗ୍ରେସ ମଧ୍ୟ ଜାଣିଛି ।

ନବୀନ ପ୍ରଚାରକୁ ଓହ୍ଲାଇଲେ କି ଆଭିମୁଖ୍ୟ ଗ୍ରହଣ କରିବେ ତାହା ବିଜେପିକୁ ଚିନ୍ତାରେ ପକାଇ ଦେଇଛି । ବେଶ କିଛିଦିନ ହେଲା ନୀରବତା ଅବଲମ୍ବନ କରୁଥିବା ନବୀନ ପ୍ରଚାର ମଇଦାନରେ ଲମ୍ଫ ମାରିବା ନିଶ୍ଚିତ ରୂପେ ବିଜେଡି ପାଇଁ ଲାଭପ୍ରଦ ହେଲା ବେଳେ ବିଜେପିର କ୍ଷତି କରିବ । ବିଜେପି ନେତା ନବୀନଙ୍କୁ ନେଇ ଯେତେ ବିବୃତି ଦେଲେ ମଧ୍ୟ ତମାମ ଦଳକୁ ଯେ ନବୀନଙ୍କ ଚିନ୍ତା ଘାରିଛି ଓ ମନରେ ଛନକା ପୁରାଇ ଚିନ୍ତା ବଢ଼ାଇ ଦେଇଛି ଏହା କିନ୍ତୁ ରାଜ୍ୟବାସୀ ଜାଣି ସାରିଛନ୍ତି ।

Leave a comment

Your email address will not be published. Required fields are marked *