ଓଡ଼ିଶା ଲିଡ୍ସ(ଯାଜପୁର): ବିରଜା ମନ୍ଦିରର ବରିଷ୍ଠ ସେବାୟତ ବାମଦେବ ପାଣିଙ୍କର ଆଜି ହୃଦଘାତରେ ପରଲୋକ ହୋଇ ଯାଇଛି । ଶ୍ରଦ୍ଧାଳୁ ମାନଙ୍କ ନିକଟରେ ଟୁନା ନନା ଭାବେ ସେ ପରିଚିତ ଥିଲେ । ଜଣେ ମେଳାପୀ ଓ ଅମାୟିକ ବ୍ୟକ୍ତି ଭାବେ ତାଙ୍କର ବେଶ ପରିଚୟ ଥିଲା । ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।




















