ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ନିକଟରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲା ବେଳେ ଜିଲ୍ଲାର ଦ୍ଵିତୀୟ ପୁରାତନ ମହାବିଦ୍ୟାଳୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଗସ୍ତ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରବୋଧ କୁମାର ସାମଲ ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିବା ସହିତ ନିଜ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଏହି ସମୟରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସାଂସଦ ଶ୍ରୀ ବେହେରା ଅଧ୍ୟକ୍ଷଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ କଲେଜ ପରିସର ବୁଲି ଦେଖିଥିଲେ । ଏହି ସମୟରେ କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ କଲେଜର ମୁଖ୍ୟରାସ୍ତା ସଂପ୍ରସାରଣ ପାଇଁ ଏକ ଦାବିପତ୍ର ସାଂସଦଙ୍କୁ ପ୍ରଦାନ କରାଯାଇଥିଲା ।




















