ଓଡ଼ିଶା ଲିଡ୍ସ(ବ୍ୟୁରୋ): ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିବାରୁ ଭେଣ୍ଟିଲେଟରରେ ଅଛନ୍ତି ଲୋକପ୍ରିୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ କିଡନୀ ଓ ଲିଭର କ୍ଷତିଗ୍ରସ୍ତ ହୋଇଛି । ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ସେ ପ୍ରଥମେ କଟକର ଏକ ଘରୋଇ ଚିକିତ୍ସାଳୟର ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇ ପଡ଼ିଥିଲା । ଫଳରେ ତାଙ୍କୁ ଭୁବନେଶ୍ୱର ଏମଏସକୁ ସ୍ଥାନାନ୍ତର କରାଯାଉଥିଲା । ଚିକିତ୍ସାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ। ତାଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ଜଟିଳ ଥିଲା ବେଳେ ତାଙ୍କ ମା ରାଜ୍ୟ ସରକାରଙ୍କ ସହାୟତା ଲୋଡିଛନ୍ତି । ନିଜ ଯାଦୁକାରୀ କଣ୍ଠ ସ୍ୱର ମାଧ୍ୟମରେ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ ।




















