ଓଡ଼ିଶା ଲିଡ୍ସ(ସୁକିନ୍ଦା): ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ କଇଥା ଗାଁରେ ଥିବା ବାବା ଚନ୍ଦନେଶ୍ୱର ମହାଦେବଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି । ଉକ୍ତ ଉତ୍ସବରେ ଯୋଗ ଦେଇ ମହାଦେବଙ୍କ କୃପା ଲାଭ କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ଏହି ସମୟରେ ଉପସ୍ଥିତ ଗ୍ରାମବାସୀ ତାଙ୍କୁ ଉତ୍ସଶିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଗ୍ରାମବାସୀଙ୍କ ସହିତ ଇଂ ଘଡାଇ ବିଭିନ୍ନ ବିଷୟରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।




















