ଓଡ଼ିଶା ଲିଡ୍ସ(ବ୍ୟୁରୋ): ସାଉଦି ଆରବ ମଦିନା ନିକଟରେ ଯାତ୍ରୀଙ୍କୁ ନେଇଯାଉଥିବା ଏକ ବସ୍ ଡିଜେଲ ଟ୍ୟାଙ୍କର ସହ ଧକ୍କା ହେବା ଫଳରେ ଆଗ୍ନିକାଣ୍ଡ ଘଟି ପ୍ରାୟ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଟି ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହେବା ଫଳରେ ସମ୍ପୂର୍ଣ୍ଣ ଜଳିଯାଇଥିଲା । ଯାହା ଫଳରେ ପ୍ରାୟ ୪୨ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି। ଯାତ୍ରୀ ମାନେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସୋମବାର ସକାଳେ ମୁଫାରିହାତ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ ବସ୍ଟି ମକ୍କାରୁ ମଦିନା ଯାଉଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ୪୨ ଜଣ ମୃତ ଭାରତୀୟଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ମୃତ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ତେଲେଙ୍ଗାନା ଏବଂ ହାଇଦ୍ରାବାଦର ଥିବା କୁହାଯାଉଛି।




















