ଓଡ଼ିଶା ଲିଡ୍ସ(ଯାଜପୁର):ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ କୁଆଖିଆ-ବରୁଆଁ-ଯାଜପୁର ରାସ୍ତା । ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାର ଗାଡି ଚାଲୁଛି । ଏହି ରାସ୍ତାର ବରୁଆଁରୁ ବୁଢା ପୋଲ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ହେଉଛି । ଫଳରେ ରାସ୍ତା ଅସମ୍ଭବ ଭିଡ଼ ହେଉଛି । ଏହି ଭିଡ଼ ଭିତରେ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ସନ୍ଧ୍ୟା ହେଲେ ଏହି ରାସ୍ତାରେ ବାଲି ବୋଝେଇ ହାଇୱା ଗାଡ଼ିଗୁଡିକ ଅତି ଦ୍ରୁତ ଗତିରେ ଯିବା ଆସିବା କରୁଛି । ଏହି ଗାଡିର ଚାଳକ ମଧ୍ୟ ଅତି ବେପରୁଆ ଗାଡି ଚାଳନା କରୁଛନ୍ତି । ଯାହା ଅନ୍ୟ ଗାଡି ଚାଳକଙ୍କ ପାଇଁ ବିପଦର କାରଣ ହୋଇଛି । ବିଶେଷ କରି ବାଇକ ଚାଳକ ମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଗତାଗତ କରୁଛନ୍ତି । ଜିଲ୍ଲା ପ୍ରଶାସନ ଏ ନେଇ ପଦକ୍ଷେପ ନେବା ସହିତ ରାତି ୯ଟା ପରେ ଏହି ବାଲି ବୋଝେଇ ହାଇୱା ଗୁଡିକୁ ଯିବାକୁ ଅନୁମତି ଦେବାକୁ ସାଧାରଣରେ ଦାବି ହୋଇଛି ।




















