ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ପାକିସ୍ତାନ ମଧ୍ୟରେ ସେ ଯୁଦ୍ଧ ବନ୍ଦ କରିଥିଲେ ବୋଲି ବାରମ୍ବାର ଦାବି କରୁଛନ୍ତି ଆମେରିକା ରାଷ୍ଟ୍ରପତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି, ଉଭୟ ଭାରତ ଏବଂ ପାକିସ୍ତାନକୁ ୩୫୦ ପ୍ରତିଶତ ଶୁଳ୍କ କଟକଣାର ଧମକ ଦେଇ ମୁଁ ଏହି ସଂଘର୍ଷ ଅଟକାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ କଲ୍ କରି କହିଥିଲେ ଯେ ଆମେ ଯୁଦ୍ଧର ଲକ୍ଷ୍ୟ ହାସଲ କରିସାରିଛୁ ଏବଂ ଆଗକୁ ବଢ଼ିବାକୁ ଚାହୁନାହୁଁ । ଚଳିତ ବର୍ଷ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ହୋଇନାହିଁ ବୋଲି ଭାରତ ଲଗାତାର ଦାବି କରୁଥିବା ବେଳେ ଟ୍ରମ୍ପ ବାରମ୍ବାର ଦାବି କରି କହିଛନ୍ତି ଯେ ସେ ହିଁ ଭାରତ-ପାକିସ୍ତାନ ସଂଘର୍ଷର ସମାଧାନ କରିଛନ୍ତି।
ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଯୋଗ ଦେଇଥିବା ଆମେରିକା-ସାଉଦି ବିନିଯୋଗ ମଞ୍ଚରେ ରାଷ୍ଟ୍ରପତି ଟ୍ରମ୍ପ ନିଜ ଦାବି ଦୋହରାଇ କହିଥିଲେ ଯେ ୨ଟି ପରମାଣୁ ଶକ୍ତିସମ୍ପନ୍ନ ପଡ଼ୋଶୀ ଯୁଦ୍ଧ ଆଡ଼କୁ ଯାଇଥାନ୍ତେ, କିନ୍ତୁ ମୁଁ ଦୁଇଟି ରାଷ୍ଟ୍ରକୁ ୩୫୦ ପ୍ରତିଶତ ଶୁଳ୍କ ଧମକ ଦେଇଥିଲି। ଆମେରିକା ସହ ଆଉ କୌଣସି ପ୍ରକାର ବାଣିଜ୍ୟ ହୋଇପାରିବନି ବୋଲି ମୁଁ ସେମାନଙ୍କୁ ଧମକ ଦେଇଥିଲି। ଫଳରେ ଉଭୟ ଭାରତ ଏବଂ ପାକିସ୍ତାନ ତାଙ୍କୁ ଏହା ନକରିବା ପାଇଁ କହିଥିଲେ।




















