ଓଡ଼ିଶା ଲିଡ୍ସ(ବ୍ୟୁରୋ): ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । କେବଳ ବିଜୁ ବାବୁଙ୍କ ନାମ ତାଙ୍କ ପରିଚୟ ପାଇଁ ଯଥେଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । କଟକ ଓଏମପି ଛକରେ ସ୍ଥାପନ ହୋଇଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନ୍ୟତମ । ହେଲେ ବିଜୁ ବାବୁଙ୍କ ଏହି ପ୍ରତିମୂର୍ତ୍ତି ଚତୁର୍ପାର୍ଶ୍ୱରେ ଅନାଵନା ଗଛ ଉଠିଥିଲା ବେଳେ ଏହାକୁ ସଫା କରିବା ପ୍ରତି କାହାର ନଜର ନାହିଁ । ରାଜ୍ୟର ଅନ୍ୟତମ ଏହି ବରପୁତ୍ରଙ୍କ ପ୍ରତି ଏହା ସମ୍ମାନ ନା ଅସମ୍ମାନ ତାକୁ ନେଇ ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି । ସହର ସଫା ସୁତୁରା କରିବାକୁ ସିଏମସି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ଏହି ସ୍ଥାନଟି ପ୍ରତି କାହିଁକି ନଜର ଦେଇ ନାହିଁ ତାହା ଚିନ୍ତାର ବିଷୟ ହୋଇଛି ।




















