ଓଡ଼ିଶା ଲିଡ୍ସ(ସୁକିନ୍ଦା): ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କ ନିର୍ଦେଶ କ୍ରମେ ସୁକିନ୍ଦା ବ୍ଲକ୍ ବିଜେଡି ସଭାପତି ବିବେକାନନ୍ଦ ବୋଷ ଚିଙ୍ଗୁଡ଼ିପାଳ ପଞ୍ଚାୟତ ବିଜେଡି ସଭାପତି ଭାବେ ନିଳେନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଭାବେ ଧୀରେନ୍ଦ୍ର ମହାନ୍ତ ଏବଂ ରାଂସୋଳ ପଞ୍ଚାୟତ ବିଜେଡି ସଭାପତି ଭାବେ ଜଗବନ୍ଧୁ ମହାନ୍ତ, କାର୍ଯ୍ୟକାରୀ ସଭାପତି ଭାବେ ବଳରାମ ଦାସଙ୍କ ନାମ ଘୋଷଣା କରିଛନ୍ତି। ମନୋନୀତ ନେତାଙ୍କ ଉଦ୍ୟମରେ ଉଭୟ ପଞ୍ଚାୟତରେ ବିଜୁ ଜନତା ଦଳ ସଙ୍ଗଠିତ ହେବ ବୋଲି ଶ୍ରୀ ବୋଷ କହିଛନ୍ତି । ଅନ୍ୟ ପକ୍ଷରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ନୂତନ ଭାବେ ନିଯୁକ୍ତ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।




















