ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଂଲାଦେଶରେ ଭାରତ ବିରୋଧୀ ଆନ୍ଦୋଳନ ଚାଲିଥିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ ଔଷଧ ଦ୍ବାରା ବାଂଲାଦେଶ ସମସ୍ୟାର ଆଉ ସମାଧାନ ହୋଇପାରିବ ନାହିଁ, ଏବେ ଆମକୁ ସର୍ଜରି କରିବାକୁ ପଡ଼ିବ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱଶର୍ମା କହିଛନ୍ତି ଯେ ଚିକେନ୍ ନେକ୍” (ସିଲିଗୁଡ଼ି କରିଡର)କୁ ଭାରତର ରଣନୈତିକ ସୁରକ୍ଷା ପାଇଁ ସବୁଠାରୁ ବଡ଼ ଚିନ୍ତା । “ବାଂଲାଦେଶୀମାନେ ଚିକେନ୍ ନେକ୍ର ଉଭୟ ପାର୍ଶ୍ୱରେ ଅଛନ୍ତି। ମୁଁ ଭାରତ ସରକାରଙ୍କୁ ଅନୁରୋଧ କରିବି ଯେ କୌଣସି ସମୟରେ, କୂଟନୀତି କିମ୍ବା ବଳ ପ୍ରୟୋଗ କରି, ଆମକୁ ୨୦-୨୨ କିଲୋମିଟର ଜମି ଅଧିଗ୍ରହଣ କରିବାକୁ ପଡିବ ଏବଂ ଏହି ଚିକେନ୍ ନେକ୍ ସମସ୍ୟାରୁ ଉତ୍ତର-ପୂର୍ବକୁ ମୁକ୍ତ କରିବାକୁ ପଡିବ। ସେ କହିଥିଲେ “ଯେତେବେଳେ ଔଷଧ କାମରେ ଆସେନାହିଁ, ସେତେବେଳେ ସର୍ଜରି ଆବଶ୍ୟକ ହୋଇଥାଏ” । ଏବେ ବାଂଲାଦେଶରେ ସର୍ଜରିର ଅବଶ୍ୟକତା ଅଛି। ଯଦି ବାଂଲାଦେଶ ବାରମ୍ବାର ଚିକେନ ନେକ କଥା କହେ, ତେବେ ତାହାକୁ ବଦଳେଇ ଦିଆଯିବ ।




















