ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିକଟରେ ବାଂଲାଦେଶରେ ଜଣେ ହିନ୍ଦୁ ଯୁବଙ୍କୁ ହତ୍ୟା କରାଯାଇଥିଲା । ଏହାର ପ୍ରତିବାଦରେ ଦେଶର ବିଭିନ୍ନ ସ୍ଥାନରର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅପରପକ୍ଷେ ଦିନକୁ ଦିନ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି । ପୀଡିତ ପରିବାରକୁ ନ୍ୟାୟ ଦାବି କରି ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଗତକାଲି ବାଂଲାଦେଶ ହାଇକମିସନ ବାହାରେ ଏକାଠି ହୋଇଥିଲେ । ବାଂଲାଦେଶର ରାସ୍ତାରେ ନିରୀହ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଉଛି । ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ ହେଉଛି କିନ୍ତୁ ଓଲଟି ବାଂଲାଦେଶ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରୁଛି । ବାହାନା ହେଉଛି ଭାରତରେ ଥିବା ବାଂଲାଦେଶ ଦୂତାବାସ ଉପରେ ଆକ୍ରମଣ ହେଉଛି । ପୀଡିତ ପରିବାରକୁ ନ୍ୟାୟ ଦାବି କରି ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଆଜି ବାଂଲାଦେଶ ହାଇକମିସନ ବାହାରେ ଏକାଠି ହୋଇଥିଲେ । କିନ୍ତୁ ଏହାକୁ ବାଂଲାଦେଶ ନିଜ ଦୂତାବାସ ଉପରେ ଆକ୍ରମଣ ବୋଲି ଭାବୁଛି ଓ ଏଥିପାଇଁ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରିଛି । ବାଂଲାଦେଶ ବୈଦେଶିକ ସଚିବ ଅସଦ ଅଲ-ସିଆମ ହାଇକମିସନରଙ୍କୁ ଡକାଯାଇଥିଲା ।




















