ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତର ବୋତଲଣ୍ଡା ଗ୍ରାମରେ ଅନୁଷ୍ଠିତ ବିଶ୍ୱଶାନ୍ତି ଗୀତାଯଜ୍ଞରେ ଯୋଗ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଯଜ୍ଞ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଯଜ୍ଞ ସ୍ଥଳକୁ ପାଛୋଟି ନିଆଯାଇଥିଲା । ସେଠାରେ ପୂଜାର୍ଚ୍ଚନା କରି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ ।




















