ଓଡ଼ିଶା ଲିଡ୍ସ(ଯାଜପୁର): ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବରେ ଯୋଗଦେଇ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମନ୍ଦିରରେ ତିନି ଦିଅଁଙ୍କ ଦର୍ଶନ କରିବା ସହିତ ସେଠାରେ ପୂଜାର୍ଚ୍ଚନା କରି ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ ଇଂ ଘଡାଇ ।




















