ଓଡ଼ିଶା ଲିଡ୍ସ(ଯାଜପୁର):ମହାମହିମ ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ବିଶେଷ କରି ରାସ୍ତାଘାଟ ମରାମତି ଓ ସଫେଇ ଉପରେ ସର୍ବାଧିକ ଗୁରୁତ୍ୱ ଦିଆ ଯାଉଛି । ୨୦ ନମ୍ବର ଜାତୀୟ ରାଜପଥର ବୁଢା ପୋଲ ଠାରୁ ମାନସାପୋଲ ରାସ୍ତାର କିଛି ଅଂଶକୁ ପିଚୁ ପକାଇ ମରାମତି କରାଯାଇଛି । ଗତକାଲି ରାତିରେ ଏହି ମରାମତି ହୋଇଥିଲା ବେଳେ ୧୨ ଘଣ୍ଟା ନ ପୁରୁଣୁ ଏହି ପିଚୁ ଉଠି ଯାଉଥିବା ଦେଖିବାକୁ ମିଳିଛି । ମରାମତି ବେଳେ ଜାତୀୟ ରାଜପଥ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନଥିବାରୁ ସମ୍ପୃକ୍ତ ଠିକାଦାର ନିମ୍ନମାନର ପିଚୁ କରିଥିବା ଅଭିଯୋଗ ହୋଇଛି ।




















