ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦାରେ ବିଜେଡି ସଂଗଠନକୁ ମଜବୁତ କରୁଛନ୍ତି ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଖଣି ଅଞ୍ଚଳର ୭ଟି ପଞ୍ଚାୟତକୁ ନେଇ ଚିଙ୍ଗୁଡ଼ିପାଳ ରଗଦା ଡ୍ୟାମ୍ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ ଓ ଯୁବ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇ ଯୁବ ସାଥୀମାନଙ୍କୁ ସମ୍ବୋଧନ କରି ଦଳର ନୀତି ଓ ଆଦର୍ଶ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ବିଜେପି ସରକାର ସମୟରେ ସୁକିନ୍ଦାର ବିକାଶରେ ତାଲା ଲାଗି ଯାଇଥିବା କହି କ୍ଷୋଭ ପ୍ରକାଶ କରିଥିଲେ । ସୁକିନ୍ଦା ବିକାଶରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୁବ ଶକ୍ତି ଏକ ହେଲେ ସୁକିନ୍ଦାର ବିକାଶ ସମ୍ଭବ ବୋଲି କହି ଯୁବକମାନେ ଏକତ୍ରିତ ହୋଇ ସୁକିନ୍ଦା ମାଟି ପାଇଁ ଲଢେଇ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ରାଜ୍ୟ ଯୁବ ବିଜେଡି ଉପସଭାପତି ଦେବୀ ପ୍ରସାଦ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ ।




















