ଓଡ଼ିଶା ଲିଡ୍ସ(ସୁକିନ୍ଦା): ସୁକିନ୍ଦା ବ୍ଲକ ଉପ କୋଷାଗାର ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉପ କୋଷାଗାର ଅଧିକାରୀ ରତ୍ନାକର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନେ ଯୋଗଦେଇଥିଲେ। ୯ରୁ ୧୩ ତାରିଖ ପର୍ଯ୍ୟନ୍ତ କୋଷାଗାର ଓ ପରିଦର୍ଶନ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନରେ ସମସ୍ତ କୋଷାଗାରରେ ନୂତନ ଜାତୀୟ ପେନସନ ସମ୍ବନ୍ଧୀୟ ସଚେତନତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ଗୁରୁବାର ଦିନ ସୁକିନ୍ଦାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଶେଖର ଶ୍ରୀ, ମୃତ୍ୟୁଞ୍ଜୟ ସାମଲ, ରୁକ୍ମଣୀ ମୁର୍ମୁ, ପରେଶ୍ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।




















