ଓଡ଼ିଶା ଲିଡ୍ସ(ବ୍ୟୁରୋ): ଚଳିତ ବିଶ୍ୱକପରେ ପ୍ରଥମଥର ପାଇଁ ଖେଳୁଛନ୍ତି ବିଶ୍ୱର ଏକ ନମ୍ୱର T-20 ବ୍ୟାଟର ଅଭିଷେକ ଶର୍ମା। ହେଲେ ଲଗାତାର ତିନିଟି ମ୍ୟାଚରେ ଶୂନ୍ୟ ରେ ଆଉଟ ହୋଇ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି ଅଭିଷେକ । ଟିମ ସହିତ ନିଜ ପ୍ରଶଂସକ ମାନଙ୍କୁ ମଧ୍ୟ ନିରାଶ କରିଛନ୍ତି । ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ସେ ବେଶ ଜଣାଶୁଣା । ହେଲେ ବିଶ୍ୱକପରେ ଏଯାଏ ତାଙ୍କ ବ୍ୟାଟରୁ ରନ ବାହାରି ପାରିନାହିଁ । ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ ମଧ୍ୟ ଖାତା ଖୋଲି ପାରି ନାହାନ୍ତି ଅଭିଷେକ । ନେଦରଲ୍ୟାଣ୍ଡ୍ସର ସ୍ପିନ ବୋଲର ଆର୍ଯ୍ୟନ ଦତ୍ତ ତାଙ୍କୁ ଇନିଂସର ୩ୟ ବଲରେ କ୍ଲିନବୋଲ୍ଡ କରି ଦେଇଛନ୍ତି। ପୂର୍ବରୁ ଆମେରିକା ଓ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ ଅଭିଷେକ । ଆଗକୁ ସେ ସଫଳ ହେଉଛନ୍ତି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚିତ ।




















