ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିବା କାରଣରୁ ୫୦ରୁ ଉର୍ଦ୍ଧ୍ଵ ପରିବା ଦୋକାନ ପାଉଁଶ ହୋଇ ଯାଇଛି । ବିଳମ୍ବିତ ରାତ୍ର ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ । ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ନିୟୋଜିତ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ୫ଟି ଦମକଳ ନିୟୋଜିତ ହୋଇଛନ୍ତି ।

ଅଗ୍ନିକାଣ୍ଡ ଫଳରେ ଦୋକାନରେ ଥିବା ଟଙ୍କା ପଇସା ସହ ପନିପରିବା, କମ୍ପ୍ୟୁଟର କଣ୍ଟା ଓ ଗୋଟିଏ ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି ।




















