ଓଡ଼ିଶା ଲିଡ୍ସ(ବ୍ୟୁରୋ):ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଏମଏସ ପକ୍ଷରୁ କୁହାଯାଇଛି ।
ମଙ୍ଗଳବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଓ ଅସ୍ୱାଭାବିକତା ଅନୁଭବ କରିବାରୁ ତାଙ୍କୁ ସଙ୍ଗେସଙ୍ଗେ ଭୁବନେଶ୍ୱରସ୍ଥିତ ଏମସ ଜରୁରୀକାଳୀନ ୱାର୍ଡକୁ ନିଆଯାଇଥିଲା । ତାଙ୍କୁ ଅଧିକ ନିରୀକ୍ଷଣ ପାଇଁ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ(ସିଟିଭି) ଆଇସିୟୁରେ ରଖାଯାଇଛି ।




















