ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦାଗଡ଼ର ରାଣୀ ସ୍ୱର୍ଗତା ସ୍ମୃତିମଞ୍ଜରୀ ଦେବୀଙ୍କ ଦ୍ଵାଦଶାହ ଅବସରରେ ଯୋଗଦେଇ, ତାଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ତାଙ୍କ ଦେହାନ୍ତରେ ସମଗ୍ର ସୁକିନ୍ଦା ଆଜି ମର୍ମାହତ । ଜଣେ ଦରଦୀ ଓ ସ୍ନେହୀ ମହିଳା ଭାବେ ସେ ସମସ୍ତଙ୍କ ପ୍ରିୟ ଥିଲେ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦେଇ ତାଙ୍କ ପାଦପଦ୍ମରେ ସ୍ଥାନ ଦିଅନ୍ତୁ ବୋଲି କହିଛନ୍ତି ଇଂ ଘଡାଇ ।




















