ଓଡିଶା ଲିଡ୍ସ(ବ୍ୟୁରୋ): ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ପାକିସ୍ତାନ ତୈଳ ବଜାର ଉପରେ ବ୍ୟାପକ ପ୍ରଭାବ ପକାଇଛି । ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହଠାତ ୫୫ଟଙ୍କା ବୃଦ୍ଧି ପାଇଛି। ବର୍ଦ୍ଧିତ ମୂଲ୍ୟ ମାର୍ଚ୍ଚ ୭ତାରିଖ ମଧ୍ୟରାତ୍ରି ପରେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ତେଲ କିଣିବା ପାଇଁ ପାକିସ୍ତାନର ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।
ମୂଲ୍ୟ ବୃଦ୍ଧି ପରେ, ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୨୧.୧୭ ପାକିସ୍ତାନୀ ଟଙ୍କା ଓ ହାଇ-ସ୍ପିଡ୍ ଡିଜେଲର ମୂଲ୍ୟ ଲିଟର ପିଛା ୩୩୫.୮୬ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି। ମୂଲ୍ୟ ବୃଦ୍ଧି ଖବର ପ୍ରଚାରିତ ହେବା ମାତ୍ରେ ଲାହୋର, କରାଚୀ, ଇସଲାମାବାଦ ଓ ରାୱଲପିଣ୍ଡି ଭଳି ପ୍ରମୁଖ ସହରରେ ଲୋକମାନେ ମଧ୍ୟରାତ୍ରିରୁ ପେଟ୍ରୋଲ କିଣିବା ପାଇଁ ଧାଡ଼ି ଲଗାଇଛନ୍ତି, ଯାହା ଫଳରେ ଶହ ଶହ ମିଟର ଲମ୍ବା ଧାଡ଼ି ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି ।




















