ଓଡ଼ିଶା ଲିଡ୍ସ(ବ୍ୟୁରୋ): କଟକ ଏସସିବି ମେଡ଼ିକାଲ କଲେଜରେ ଅଗ୍ନିକାଣ୍ଡ ଘଟି ଟ୍ରମା କେୟାର ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହେବା ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୋକ ବର୍ତ୍ତାରେ ଇଂ ଘଡାଇ କହିଛନ୍ତି ଏହି ଘଟଣା ମୋତେ ମର୍ମାହତ କରିଛି । ଏଭଳି ବିପଦ ସମୟରେ ପରିବାରକୁ ଯେତେ ସାନ୍ତ୍ୱନା ଦେଲେ ତାହା କମ ହେବ । ଭଗବାନ ଏଭଳି ଦୁଃଖ ସହିବାକୁ ପରିବାରକୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ । ମୁଁ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଏହା ସହିତ ଆହତଙ୍କ ଉନ୍ନତ ଚିକିତ୍ସା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି ।




















