ଓଡ଼ିଶା ଲିଡ୍ସ(ଯାଜପୁର):ଦାନଗଦୀ ବ୍ଲକ୍ କିଆଝର ପଞ୍ଚାୟତର ଉପର ଟମକା ଗ୍ରାମରେ ମା’ ବିମଳାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇ ଯାଇଛି । ଉକ୍ତ ଆଧ୍ୟାତ୍ମିକ ଉତ୍ସବରେ ଯୋଗଦେଇ ମା’ ବିମଳାଙ୍କ ଆଶୀର୍ବାଦ ଲାଭ କରିବା ସହିତ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆୟୋଜକ ମାନଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।




















