ଓଡ଼ିଶା ଲିଡ୍ସ(ଯାଜପୁର): ବରୀ-ରାମଚନ୍ଦ୍ରପୁର ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ବୁଡି ଯିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତା ନାବାଳିକା ଶୁଭଲକ୍ଷ୍ମୀ ବିଶ୍ୱାଳ(୧୨) ଆଜି ସକାଳେ ତାର ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ଗାଧୋଉ ଥିଲା ବେଳେ ହଠାତ ବୁଡି ଯାଇଥିଲା । ପ୍ରଥମେ ଗ୍ରାମବାସୀ ଓ ପରେ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ନିକଟସ୍ଥ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳିକାଙ୍କ ଘର ଚନ୍ଦନପୁର ଗ୍ରାମରେ ବୋଲି ଜଣା ଯାଇଛି ।




















