ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଉଦଘାଟିତ
ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାୟାଧର ମାନସିଂହ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ପରିସରରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ପାଳନର ଅନ୍ତିମ ଦିନରେ ଏହି ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହିତ ସଭାରେ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ନନ୍ଦଳା ବନପାଳ ଦିଲୀପ କୁମାର ସ୍ୱାଇଁ, ବ୍ରାହ୍ମଣ ଦେଓ ବନରକ୍ଷୀ ସନ୍ତୋଷ କୁମାର ସାହୁ ଯୋଗଦାନ କରିଥିଲା ବେଳେ ନବା ବନରଖି ସତ୍ୟରଞ୍ଜନ ରଥ ବନ ସହକର୍ମୀ ଗଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ବିଷ୍ଣୁ ପ୍ରସାଦ ଦଳେଇ, ବିକ୍ରମ କୁମାର ବିଶ୍ୱାଳ, ଲକ୍ଷଣ କୁମାର ଦଳେଇ, ଜଗନାଥ ବେହେରା, ଇକୋ କ୍ଳବ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସ୍ଵାଗତିକା ପାଢ଼ୀ, ସିଆରସିସି ପ୍ରଶାନ୍ତ କୁମାର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଯୋଗଦାନ କରିଥିଲେ। ବୃକ୍ଷ କିପରି ମନୁଷ୍ୟର ଉପକାର କରିଥାଏ, ଗୋଟିଏ ଗଛ ମଣିଷକୁ କେତେଟଙ୍କାର ସାହାଯ୍ୟ କରିଥାଏ, କିପରି ମନୁଷ୍ୟକୁ ବଞ୍ଚିବାରେ ସହଯୋଗ କରିଥାଏ ବକ୍ତା ମାନେ ତାର ଉଦାହରଣ ଦେବା ସହ ସଚେତନ କରିଥିଲେ। ତେଣୁ ବୃକ୍ଷକୁ ନଷ୍ଟ ନକରି ପରିବେଶ ସୁରକ୍ଷା ସହ ଜୀବନ ରକ୍ଷା କରିବା ପାଇଁ ଅତିଥି ମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବିଦ୍ୟାଳୟ ପରିସର ମଧ୍ୟରେ ଚାରା ରୋପଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣ କରିବାକୁ ଶପଥ ପାଠ କରିଥିଲେ ।




















