ଓଡ଼ିଶା ଲିଡ୍ସ(ଯାଜପୁର): ଦିନକୁ ଦିନ ବିପଦପୂର୍ଣ୍ଣ ପରିବହନ ବଢି ବଢି ଚାଲିଥିଲା ବେଳେ ଜିଲ୍ଲା ପରିବହନ ବିଭାଗ ଏ ନେଇ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ମାଲ ବୁହା ଗାଡ଼ିରେ ଲୋକ ବୁହା ଯାଉଥିଲା ବେଳେ ଅଟୋରେ ଧାର୍ଯ୍ୟ ନିୟମ ଠାରୁ ବହୁ ଅଧିକ ଯାତ୍ରୀ ପରିବହନ ହେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ବିଭିନ୍ନ ସ୍କୁଲ କୁ ପିଲାଙ୍କୁ ନେବା ଆଣିବା କରୁଥିବା ଅଟୋରେ ୧୦ ରୁ ୧୫ ଜଣ ପିଲାଙ୍କୁ ନେବା ଆଣିବା ଜରାଯାଉଛି । ଦୈନିକ ବିପଦପୂର୍ଣ୍ଣ ପରିବହନ ହେଉଥିଲା ବେଳେ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ଜିଲ୍ଲାର ବୁଦ୍ଧିଜୀବି ମାନଙ୍କୁ ଚିନ୍ତିତ କରିଛି ।




















