ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ସିମୁଳିଆରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏକ ଅଭାବନୀୟ ଘଟଣା କ୍ରମେ ଜଣେ କ୍ରୀଡା ଶିକ୍ଷକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇ ଯାଇଛି । ସିମୁଳିଆ ବ୍ଲକ୍ ଅନ୍ତର୍ଗତ ମଇତାପୁରରେ ଥିବା ଏକ ଇରାଜି ମାଧ୍ୟମ ସ୍କୁଲରେ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ପତାକା ଖୁଣ୍ଟ ୧୧ କେଭି ବିଦ୍ୟୁତ ତାରରେ ଲାଗି ଯିବାରୁ କ୍ରୀଡା ଶିକ୍ଷକ ଗୁରୁତର ହୋଇଥିଲେ । ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଅନ୍ୟ ଜଣେ ଶିକ୍ଷକ ଓ ଦୁଇ ଜଣ ଛାତ୍ର ମଧ୍ୟ ଆହତ ହୋଇଥିଲେ। ମୃତ ଶିକ୍ଷକ ହେଲେ ପ୍ରିୟବ୍ରତ ବାରିକ(୩୨)। ସେ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଥିବା ଓ ତାଙ୍କ ଘର ଜଳେଶ୍ବର ଅଞ୍ଚଳରେ ବୋଲି ଜଣାଯାଇଛି । ଏଣେ ଖବର ପାଇ ଉକ୍ତ ବିଦ୍ୟାଳୟରେ ସିମୁଳିଆ ତହସିଲଦାର ସୌମ୍ୟ ରଞ୍ଜନ ମହାପାତ୍ର, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ ଓ ଥାନା ଅଧିକାରୀ ଦେବରାଜ ଜେନା ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।




















