ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ):
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସ୍ୱର୍ଗତା ଶୈଳବାଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୈଳ କୃଷ୍ଣ ଫାଉଣ୍ଡେସନ କଣ୍ଟା ବଣିଆ ପକ୍ଷରୁ ମାଲୁଦ ପଞ୍ଚୁ ଦୋଳ ପଡିଆ ପରିସରରେ ବ୍ଲକ ସ୍ତରୀୟ ଚତୁର୍ଥ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରକ୍ଷା ବନ୍ଧନ ଅବସରରେ ଫାଉଣ୍ଡେସନର ମୁଖ୍ୟ ପୁରୋଧା ଅବସରପ୍ରାପ୍ତ ସେନା କର୍ମଚାରୀ ଦୀପକ କୁମାର ଜେନାଙ୍କ
ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଜୟରାମ ଦାସ, ଡଃ ବବିତା କୁମାରୀ ଜେନା, ସୋସିଆଲ ମିଡ଼ିଆ ଚେୟାର ମ୍ୟାନ ଅରବିନ୍ଦ ଦାସ, ଏଭେରେଷ୍ଟ ଆରୋହଣକାରୀ ଗଣେଶ ଚନ୍ଦ୍ର ଜେନା ଯୋଗଦାନ କରିଥିଲେ । ଯୁବନେତା ବିଶ୍ବଜିତ ବିଶ୍ବାଳ ଓ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ବ୍ଲକର ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମେ ଭଲିବଲ ପ୍ରତିଯୋଗିତା ହୋଇଥିଲା। ଏଥିରେ ଛଅଟି ଦଳ ଅଂଶଗ୍ରହଣ କରିଥିଲେ। ଖେଳ ଶିକ୍ଷକ ଅଶୋକ ସାମଲ, ରଞ୍ଜିତ କୁମାର ସାହୁ ରେଫରି ଭାବେ ଖେଳ ପରିଚାଳନା କରିଥିଲେ । ପରେ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ୧୬ ଶହ ମିଟର ଦୌଡ, ଗହ୍ମା ଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସତ୍ୟବ୍ରତ ଦାସ, ଦଇତାରୀ ବିଶ୍ବାଳ,ଜଗନ ମୋହନ ମାନସିଂ, ରୁଦ୍ର ପ୍ରସାଦ, ବସନ୍ତ ପ୍ରଧାନ, ରାଜେନ୍ଦ୍ର ନାୟକ, ଆଶିଷ ବାରିକ, ଉଲ୍ଲାସ ଜେନା ପ୍ରମୁଖ ପ୍ରତିଯୋଗିତା ଗୁଡ଼ିକ ପରିଚାଳନା କରିଥିଲେ। କୃତୀ ପ୍ରତିଭା ମାନଙ୍କୁ ମାନପତ୍ର ଏବଂ ଟ୍ରଫି ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।




















