ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପିଏମ୍ ଶ୍ରୀ ହରିହର ନୋଡାଲ ବିଦ୍ୟାପୀଠ ପରିସରରେ ସକ୍ଷମ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ବିଆରସିସି ସିଦ୍ଧେଶ୍ଵର କରଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାକୁ ଉଦଘାଟିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ରସେନ ସାହୁ, ସହ ଶିକ୍ଷା ଅଧିକାରୀ ବଳଭଦ୍ର ସାହୁ, ବିଆରପି ଦୀନବନ୍ଧୁ ପ୍ରଧାନ, ସମସ୍ତ ସିଆରସିସି ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଯୋଗଦାନ କରି ସହଯୋଗ କରିଥିଲେ। ପୁରୀ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟ ରେ ସକ୍ଷମ କେନ୍ଦ୍ରର ଉଦ୍ଘାଟନ ଦ୍ୱାରା ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିବେ ବୋଲି ଅତିଥିମାନେ କହିଥିଲେ। ପ୍ରଶାନ୍ତ ଆପ ମାଧ୍ୟମରେ ଭିନ୍ନକ୍ଷମ ପିଲାଙ୍କୁ ଚିହ୍ନଟ କରି ସକ୍ଷମ କେନ୍ଦ୍ରରେ ନାମ ଲେଖାଇ ଶିକ୍ଷା ଦାନ କରିବା ଲକ୍ଷ ରହିଛି। ପ୍ରତ୍ୟେକ ପିଲାଙ୍କୁ ବିଶେଷ ଶିକ୍ଷା, ଥେରାପି, ରିମେଡ଼ିଆଲ କ୍ଲାସ, କରାଯିବ। ଆବଶ୍ୟକ ଅନୁଯାୟି ବ୍ରେଲ୍ ବହି, ଶ୍ରବଣ ଯନ୍ତ୍ର, ହୁଇଲ୍ ଚେୟାର ଓ ଟିଏଲଏମ ସାମଗ୍ରୀ ଯୋଗାଇ ଦିଆଯିବ।ଅଭିଭାବକ ମାନଙ୍କ ପରାମର୍ଶ ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବ।ବପିଲାମାନଙ୍କର ପ୍ରଗତିର ନିୟମିତ ଅନୁଧ୍ୟାନ କରି ପ୍ରଶାନ୍ତ ପୋର୍ଟାଲରେ ଏଣ୍ଟ୍ରି କରାଯିବ । ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।




















