ଓଡ଼ିଶା ଲିଡ୍ସ(ଯାଜପୁର): ବରୀ-ବରୁଆଁ ରାସ୍ତାର ସନ୍ଥନ ଛକରେ ସ୍କୁଟି ଓ ବାଇକ ମଧ୍ୟରେ ଦୁର୍ଘଟଣା ହେବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ନେଉଳା ଗ୍ରାମର ସରିତା ବେହେରା ।
ଆଦର୍ଶ ବିଦ୍ୟାଳୟରେ ନିଜ ପିଲାଙ୍କୁ ଛାଡି ଘରକୁ ଫେରୁଥିଲା ବେଳେ ବରୀ ମାଉଣ୍ଡ ବଜାରରୁ ଦୃତ ଗତିରେ ଆସୁଥିବା ଏକ ପଲସର ବାଇକ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ସରିତାଙ୍କ ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ ସୂଚନା ଅନୁଯାୟୀ ବାଇକ ଚାଳକ ଜଣକ ଦୃତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲେ । ଦୁଇଟି ଯାକ ଗାଡି ଭାଙ୍ଗିରୁଜି ଯାଇଥିଲା ବେଳେ ଖବର ପାଇ ବରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବତ କରିଛି । ଏଠାରେ ସୂଚନାଯୋଗ୍ୟ ଜବର ଦଖଲ ଯୋଗୁ ଏହି ଛକ ସବୁ ସମୟରେ ଜାମ ହେବା ସହିତ ଦୁର୍ଘଟଣା ଘଟୁଛି ।





















