ଓଡ଼ିଶା ଲିଡ୍ସ(ଦଶରଥପୁର): ନିୟମିତ ଦରମା ମିଳୁନଥିବାରୁ ୨ ଦିନ ହେଲା ଧାରଣାରେ ବସିଛନ୍ତି ବସ ଷ୍ଟାଣ୍ଡ କର୍ମଚାରୀ । ଦରମା ନମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି କର୍ମଚାରୀ ମାନେ ସୂଚନା ଦେଇଛନ୍ତି । ଗତ ୯ ମାସ ହେଲା ବସ ଷ୍ଟାଣ୍ଡ କର୍ମଚାରୀ ମାନେ କାର୍ଯ୍ୟ କରୁଥିବାବେଳେ ମାତ୍ର ୪ ମାସର ଦରମା ସେମାନେ ପାଇଛନ୍ତି। ଏଣୁ ଆଉ ୫ ମାସ ହେଲା ସେମାନେ ଦରମା ପାଇନାହାନ୍ତି। ଏଥିନେଇ ବସ ଷ୍ଟାଣ୍ଡ କର୍ମଚାରୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ମଧ୍ୟ ତାର କୌଣସି ସମାଧାନ ହେଉନାହିଁ ବୋଲି ଅଭିଯୋଗ ହୋଇଛି । ଦରମା ନମିଳିବାରୁ କର୍ମଚାରୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ତୁରନ୍ତ ଏହାର ସମାଧାନ ପାଇଁ ସେମାନେ ଦାବି କରିଛନ୍ତି । ସୂଚନା ଅନୁସାରେ ଗତ ଜାନୁୟାରୀ ମାସ ୧୨ ତାରିଖରେ ଦଶରଥପୁର ବ୍ଲକ କନିକାପଡା-ମଙ୍ଗଳପୁର ବସ ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍ମଫରେନ୍ସ ଦ୍ବାରା ଉଦଘାଟନ କରିଥିଲେ। ଷ୍ଟାଣ୍ଡରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡ, ସୁଇପର, ଟିକେଟ କାଉଣ୍ଟର କର୍ମଚାରୀ, ସୁପରଭାଇଜର ଭଳି ୩୦ ରୁ ଅଧିକ କର୍ମଚାରୀ ଏବେ କାର୍ଯ୍ୟ କରୁଛନ୍ତି।



















