ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତର ଗିରିଙ୍ଗାମାଳି ଗ୍ରାମର ଉପେନ୍ଦ୍ର ମହାନ୍ତଙ୍କ ପୁଅ ଦିବ୍ୟରଞ୍ଜନ ମହାନ୍ତଙ୍କ ଅକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟ ବିଦାରକ। ଦିବ୍ୟରଞ୍ଜନଙ୍କ ଦେହାନ୍ତ ଆମ ଅଞ୍ଚଳ ପାଇଁ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏଠାରେ ସୂଚନା ଯୋଗ୍ୟ କେନ୍ଦୁଝର ଜିଲ୍ଲାର ସିରାରୁଦ୍ଦିନ ମାଇନିଂରେ କାର୍ଯ୍ୟରତ ଦିବ୍ୟରଞ୍ଜନ ଅକ୍ଟୋବର ୨ ତାରିଖରେ ସାଙ୍ଗମାନଙ୍କ ସହ ଯୋଡ଼ା ଅଞ୍ଚଳର ହାଣ୍ଡିଭଙ୍ଗା ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ସେଠାରେ ଗାଧୋଇଲା ବେଳେ ନିଖୋଜ ହୋଇଥିଲେ। ଦୀର୍ଘ ସମୟ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିଥିଲା । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଦୁଃଖଦ ଖବର ପାଇ ଗିରିଙ୍ଗାମାଳି ଗ୍ରାମରେ ପହଞ୍ଚି ସ୍ୱର୍ଗତ ଦିବ୍ୟରଞ୍ଜନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ଗଭୀର ସମବେଦନା ଜଣାଇଥିଲେ ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ।



















