ଓଡ଼ିଶା ଲିଡ୍ସ(ଯାଜପୁର): ଦାନଗଦି ବ୍ଲକ ତେଲିବାହାଳି ପଡିଆରେ ପଡିଥିବା ଅରୁଆ ଭାତ ଖାଇ ଏକାଧିକ ଗାଈ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଗତ ୧୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସରକାରୀ ଗସ୍ତରେ ଏଠାକୁ ଆସି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗଦେଇଥିବା ଲୋକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା ମଧ୍ୟ ହୋଇଥିଲା । କାର୍ଯ୍ୟକ୍ରମ ପରେ ବଳିଥିବା ବିପୁଳ ପରିମାଣର ଅରୁଆ ଭାତକୁ ନିକଟସ୍ଥ ଏକ ପଡ଼ିଆରେ ଢାଳି ଦିଆ ଯାଇଥିଲା । କିଛି ବୁଲା ଗାଈ ଏହାକୁ ଖାଇ ଅସୁସ୍ଥ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଦାୟିତ୍ୱରେ ଥିବା ବ୍ୟକ୍ତି ଏହାକୁ ନପୋତି ପଦାରେ ପକାଇ ଦେବା ଦ୍ୱାରା ଗାଈ ମାନେ ଏହାକୁ ଖାଇ ଅସୁସ୍ଥ ହୋଇ ପଡ଼ିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ।




















