ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ପ୍ରଶ୍ନ ମାଧ୍ୟମରେ କଡା ଜବାବ ଦେଇଛନ୍ତି । ମନମୋହନ କହିଛନ୍ତି, ନୂଆ ନେତୃତ୍ବ ସୃଷ୍ଟି କରିବା ଦୂରର କଥା, ନିଜ ସମୟରେ ଛାତ୍ରଛାତ୍ରୀଙ୍କ ଦୁଃଖ ବୁଝୁନଥିଲେ ନବୀନ ପଟ୍ଟନାୟକ। ଯିଏ ପରାଜୟ ଭୟରେ ଗତ ୮ ବର୍ଷ ଧରି ଛାତ୍ରସଂସଦ ନିର୍ବାଚନ କରୁନଥିଲେ ,ତାଙ୍କର ପ୍ରଶ୍ନ ପଚାରବାର ଅଧିକାର ଆସିଲା କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଶ୍ରୀ ସାମଲ । ମନ୍ତ୍ରୀ ଓ ବିଧାୟକମାନଙ୍କୁ ଗଣତାନ୍ତ୍ରିକ ଅଧିକାର ମଧ୍ୟ ଦେଉନଥିଲେ । ତାଙ୍କ ସମୟରେ କିଭଳି ଶାସନ ଚାଲୁଥିଲା, ତାହା କାହାରିକୁ ଅଛପା ନୁହେଁ।



















