ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦଶହରା ପାଇଁ ରାଜଧାନୀ ଭୁବନେଶ୍ବର ର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଗହଳି ହେବା ସହିତ ରାସ୍ତା ଜାମ ହେଉଛି । ରାସ୍ତା ଜାମ ଯୋଗୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି । ଗାଡ଼ି ଧକ୍କାକୁ ନେଇ ସହିଦନଗର ଥାନାଞ୍ଚଳର ଏକ୍ସପ୍ଲାନେଡ଼ ମଲ ନିକଟରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଏକ କାର ଚାଳକ ବେପରୁଆ ଗାଡି ଚାଳନା କରି ୪ଟି ବାଇକ, ୨ ଟି କାର ସହ ୯ ଜଣକୁ ଧକ୍କା ଦେଇଥିଲା । ଏହାକୁ ନେଇ ସାଧାରଣ ଲୋକେ ଉତ୍ୟକ୍ତ ହୋଇ ପଡ଼ିଥିଲେ ।
ଘଟଣା ପରେ ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକାଇ ମାଡ଼ ମାରିଥିଲେ । ଉତ୍ୟକ୍ତ ଲୋକେ ଗାଡ଼ିରେ ଚଢ଼ିଯିବା ସହିତ କାରଟିକୁ ରାସ୍ତା ଉପରେ ଓଲଟାଇ ଦେଇଥିଲେ । ଖବର ପାଇ ସହିଦ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।



















