ଓଡ଼ିଶା ଲିଡ୍ସ(ଯାଜପୁର): ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ନିର୍ବାଚିତ ଛାତ୍ର ସଂସଦ ସଭାପତି ଓ ସମ୍ପାଦକ ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀଙ୍କୁ ଭେଟି ଆଶିର୍ବାଦ ନେଇଛନ୍ତି । ଏହି ସମୟରେ ଟିମ୍ ବଡ଼ଚଣାର ଅଧ୍ୟକ୍ଷ ଅଦ୍ଵିତୀୟ ପ୍ରସାଦ ଶତପଥୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଉଭୟ ଛାତ୍ରନେତାଙ୍କୁ ଅମର ପ୍ରସାଦ ଶତପଥୀ ଓ ଅଦ୍ଵିତୀୟ ଶତପଥୀ ଶୁଭେଚ୍ଛା ଜଣାଇଥିଲେ । ଚଳିତ ନିର୍ବାଚନରେ ସଭାପତି ଭାବେ ନବୀନ ପଣ୍ଡା ଓ ସଂପାଦକ ଭାବେ ଦେବସ୍ମିତା ନିର୍ବାଚିତ ହୋଇଥିଲେ । ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନରେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନିଟି କଲେଜରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ଦୁଇଟି କଲେଜରେ ଏବିଭିପି ର ବିଜୟ ହୋଇଥିଲା ବେଳେ ମୁଖ୍ୟ କଲେଜ ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ବିସିଜେଡି ବିଜୟୀ ହୋଇଥିଲା । ଏହାକୁ ନେଇ କ୍ୟାପଟେନ ରାଜ ନାରାୟଣ ମହାପାତ୍ରଙ୍କ ଗୋଷ୍ଠି ବେଶ ଉତ୍ସାହିତ ହୋଇ ପଡ଼ିଥିଲେ । ହେଲେ ଉଭୟ ଛାତ୍ରନେତା ବରିଷ୍ଠ ନେତା ଅମରଙ୍କୁ ଭେଟିବା ବଡ଼ଚଣା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।



















