ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗୁଜରାଟର ଭଦୋଦରାରେ ଜିମ୍ବାୱେ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳ ୧୨୧ ରନରେ ବିଜୟୀ ହୋଇଛି । ଦ୍ବିତୀୟ ମୁକାବିଲାରେ ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେକୁ ୩୨୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଦଳର ବୋଲରମାନେ ଆକ୍ରମଣାତ୍ମକ ବୋଲିଂ କରି ଜିମ୍ବାୱେକୁ ଲକ୍ଷ୍ୟ ପୂରା ହେବାକୁ ସୁଯୋଗ ଦେଇ ନଥିଲେ। ଜିମ୍ବାୱେ ୪୮.୫ ଓଭରରେ ସମସ୍ତ ୱିକଟେ ହରାଇ ୨୦୭ ରନ୍ ସଂଗ୍ରହ କରି ୧୨୧ ରନ୍ରେ ପରାସ୍ତ ହୋଇଥିଲା। ଜିମ୍ବାୱେ ପାଇଁ ମୋଡେଷ୍ଟର ମୁପାଚିକୱା ସର୍ବାଧିକ ୪୯ ରନ୍ ସଂଗ୍ରହ କରିଥିଲେ। ଭାରତ ପାଇଁ ବୈଷ୍ଣବୀ ଶର୍ମା ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ଦୀପ୍ତି ଶର୍ମା ୩ଟି ୱିକେଟ ହାସଲ କରିଥିଲେ। ଶାୟାଲି ସତଘରେ, ଜିନ୍ତିମଣି କଲିତା ଏବଂ ଶ୍ରୀଚରଣୀ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।
ପୂର୍ବତନ ଅଧିନାୟିକା ହରମନପ୍ରୀତ କୌର ସଂକଟ ଭିତରୁ ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଅଧିନାୟିକା ସ୍ମୁତି ମନ୍ଧାନା ଏବଂ ଶେଫାଳି ବର୍ମା କମ ରନରେ ଆଉଟ୍ ହୋଇଥିଲେ । କମ ରନରେ ଭାରତ ୨ଟି ୱିକେଟ୍ ହରାଇଲା ପରେ ହରମନପ୍ରୀତ କୌର ଏବଂ ଉପଅଧିନାୟିକା ଦୀପ୍ତି ଶର୍ମା ଶତକୀୟ ଇନିଂସ ଖେଳିଥିଲେ। ହରମନପ୍ରୀତ କୌର ନିଜ କ୍ୟାରିୟରର ଅଷ୍ଟମ ଶତକ ସହିତ ମହିଳା ଦିନିକିଆରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ଶତକ ରେକର୍ଡ ନିଜ ନାମରେ କରିଥିଲେ। ପ୍ରାରମ୍ଭିକ ଝଟକା ପରେ ହରମନପ୍ରୀତ କୌର ପ୍ରତିକା ରାଓଲ (୬୧ ରନ୍)ଙ୍କ ସହିତ ୧୨୪ ରନ୍ର ଜବରଦସ୍ତ ଭାଗିଦାରୀ କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୨୮ ରନ୍ର ବିଶାଳ ସ୍କୋର କରିଥିଲା ।



















