Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଆନ୍ତର୍ଜାତୀୟ > ୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

କିଭ୍‌/ମସ୍କୋ(ରଏଟର୍ସ/ ଏଜେନ୍ସି),୨୪ା୨: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। ଯୁଦ୍ଧର ତୃତୀୟ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍‌ ବିରୋଧରେ ରୁଷିଆ ୬ ଘଣ୍ଟା ଧରି ୨୬୭ ଇରାନୀୟ ଡ୍ରୋନ୍‌ ଆକ୍ରମଣ କରିଛି, ଯାହାକି ୟୁକ୍ରେନୀୟ ସହର ଓ ଗ୍ରାମଗୁଡ଼ିକ ଉପରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ସବୁଠୁ ବଡ଼ ଡ୍ରୋନ୍‌ ଆଟାକ୍‌ ବୋଲି ଜେଲେନ୍‌ସ୍କି ପ୍ରକାଶ କରିଛନ୍ତି। ୟୁକ୍ରେନୀୟ ବାୟୁସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ରୁଷିଆର ୧୩୮ ଡ୍ରୋନ୍‌କୁ ଖସାଇ ଦିଆଯାଇଥିବାବେଳେ ଇଲେକ୍ଟ୍ରୋନିକ୍‌ ଯୁଦ୍ଧାସ୍ତ୍ରର
ଉପଯୋଗ ଯୋଗୁ ଅନ୍ୟ ୧୧୯ଟି ରାଡାର ବାହାରକୁ ଚାଲିଯାଇଥିଲା। ରୁଷିଆ ୩ଟି ବାଲିଷ୍ଟିକ୍‌ ମିଶାଇଲ୍‌ ମଧ୍ୟ ଛାଡ଼ିଥିଲା। ଏଥିରେ ରାଜଧାନୀ କିଭ୍‌ ସମେତ ୫ଟି ଅଞ୍ଚଳର କୋଠାବାଡ଼ି ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣରେ କ୍ରିଭିୟି ରିହ୍‌ରେ ଜଣେ ବ୍ୟକ୍ତି ନିହତ ହୋଇଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେହିପରି ଓଡେସା ଅଞ୍ଚଳରେ ଏକ ଘରେ ନିଅଁା ଲାଗିଯିବାରୁ ୩ ଜଣ ଆହତ ହୋଇଛନ୍ତି। ତେବେ ଦେଶକୁ ବଡ଼ଧରଣର କ୍ଷତିରୁ ସୁରକ୍ଷା ଦେବାରେ ସଫଳତା ପାଇଁ ନିଜ ସେନାକୁ ଜେଲେନ୍‌ସ୍କି ଧନ୍ୟବାଦ ଜଣାଇଛନ୍ତି। ଆମେରିକା ସମେତ ପାଶ୍ଚାତ୍ୟର ସହଯୋଗୀମାନେ ଏକାଠି ହେଲେ ରୁଷିଆ ବିପକ୍ଷରେ ବିଜୟ ସହ ଶାନ୍ତି ପ୍ରତିଷ୍ଠା ସମ୍ଭବ ବୋଲି ଜେଲେନ୍‌ସ୍କି କହିଛନ୍ତି।
ଯୁଦ୍ଧର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆମେରିକା, ବ୍ରିଟେନ୍‌ ସମେତ ଅନେକ ଦେଶରେ ପୁଟିନ୍‌ ବିରୋଧୀ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଓ୍ବାଶିଂଟନ୍‌ ଡିସିରେ ୟୁକ୍ରେନ୍‌ ସମର୍ଥକମାନେ ରାଲି କରିଛନ୍ତି। ଜେଲେନ୍‌ସ୍କି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଏକ ଅନ୍ତଃହୀନ ଯୁଦ୍ଧ ପାଇଁ ଜେଲେନ୍‌ସ୍କି ଆମେରିକୀୟଙ୍କ ଅର୍ଥ ନେଇଯିବାରେ ସକ୍ଷମ ହୋଇଛନ୍ତି ବୋଲି ଟ୍ରମ୍ପ୍‌ କରିଥିବା ତାଚ୍ଛଲ୍ୟକୁ ଅନେକ ଆମେରିକୀୟ ସମାଲୋଚନା କରିଛନ୍ତି। ଯୁଦ୍ଧରେ ୟୁକ୍ରେନ୍‌ର ଅନ୍ୟତମ ବୃହତ୍‌ ସହଯୋଗୀ ବ୍ରିଟେନ୍‌ ମସ୍କୋ ଉପରେ ଅନେକ କଟକଣା ଜାରି କରିଥିବାବେଳେ କିଭ୍‌କୁ ନିଜ ସମର୍ଥନ ଦୋହରାଇଛି। ଏଥିସହ ୨.୫ ଲକ୍ଷ ୟୁକ୍ରେନୀୟ ଶରଣାର୍ଥୀଙ୍କ ପାଇଁ ନିଜ ଦ୍ୱାର ଖୋଲିଦେଇଛି। ଓ୍ବେଷ୍ଟ ଲଣ୍ଡନ୍‌ରେ ସେଣ୍ଟ ଭୋଲୋଡିମିରଙ୍କ ପ୍ରତିମୂର୍ତ୍ତି ନିକଟରୁ ବିକ୍ଷୋଭକାରୀମାନେ ରୁଷୀୟ ଦୂତାବାସକୁ ଶୋଭାଯାତ୍ରା କରିଛନ୍ତି। ୟୁକ୍ରେନୀୟ ପତାକା ଧରି ସେମାନେ ସ୍ଲୋଗାନ ଦେଇଛନ୍ତି, ‘ୟୁକ୍ରେନ୍‌ ସମଗ୍ର ୟୁରୋପରେ ଶାନ୍ତି ଚାହୁଁଛି। ଯଦି ୟୁକ୍ରେନ୍‌ର ପତନ ଘଟେ, ତେବେ ଯୁଦ୍ଧ ତୁମ ଘରକୁ ଆସିବ।’

ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ମସ୍କୋର ସମର୍ଥନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ‘ଏକଚ୍ଛତ୍ରବାଦୀ’ ଭାବେ ଅଭିହିତ କରିବା ଯଥାର୍ଥ ବୋଲି ରବିବାର ରୁଷିଆ ସରକାର ସମର୍ଥନ କରିଛନ୍ତି। ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଟ୍ରମ୍ପ୍‌ ତାଙ୍କୁ ‘ବିନା ନିର୍ବାଚନରେ ଏକଚ୍ଛତ୍ରବାଦୀ’ ଆଖ୍ୟା ଦେଇଥିଲେ। ଏହାର ଜବାବରେ ଜେଲେନ୍‌ସ୍କି କହିଥିଲେ, ଟ୍ରମ୍ପ୍‌ ରୁଷିଆ ଦ୍ୱାରା ସୃଷ୍ଟି କରାଯାଇଥିବା ଅପପ୍ରଚାରକୁ ନେଇ ଚଳୁଛନ୍ତି। ତେବେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଅବୁଝା ନୁହେଁ ବୋଲି କ୍ରେମ୍‌ଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ କହିଛନ୍ତି।

ରୁଷିଆ ଦଖଲରେ ୟୁକ୍ରେନ୍‌ର ୩୫୦ ବିଲିୟନ୍‌ ଡଲାର

ଯୁଦ୍ଧକୁ ୩ ବର୍ଷ ପୂରିଥିବାବେଳେ ଇତିମଧ୍ୟରେ ରୁଷିଆ ୟୁକ୍ରେନ୍‌ର ପ୍ରାୟ ୩୫୦ ବିଲିୟନ୍‌ ଡଲାର ମୂଲ୍ୟର ସମ୍ବଳକୁ କବ୍‌ଜା କରି ରଖିଛି। ଚାଷ ଜମିଠୁ ନେଇ ପ୍ରାକୃତିକ ବାଷ୍ପ ଓ ତୈଳ ଭଳି ଶକ୍ତି ଉତ୍ସ, ଆଣବିକ କେନ୍ଦ୍ର, ଖଣିଜ ସମ୍ପଦ ଆଦି ଏଥିରେ ଅନ୍ତର୍ଭୁକ୍ତ। ରବିବାର କିଭ୍‌ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ୟୁକ୍ରେନ୍‌ ଉପପ୍ରଧାନମନ୍ତ୍ରୀ ୟୁଲିଆ ସିର୍ୟିଡେଙ୍କୋ ଏହି ସୂଚନା ଦେଇଛନ୍ତି।

ଓ୍ବାଶିଂଟନ୍‌ ଯିବେ ମାକ୍‌ରଁ, ଷ୍ଟର୍ମର

ୟୁକ୍ରେନ୍‌ଠାରୁ ମୁହଁ ଫେରାଇ ରୁଷିଆମୁହଁା ହୋଇଥିବା ଆମେରିକାକୁ ବୁଝାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଓ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ଓ୍ବାଶିଂଟନ୍‌ ଗସ୍ତ କରିବେ। ଆମେରିକା ଓ ୟୁରୋପ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଆସିଥିବା ଷ୍ଟର୍ମର ରବିବାର ଗ୍ଲାସ୍‌ଗୋରେ ଆୟୋଜିତ ଏକ ସମ୍ମିଳନୀରେ କହିଛନ୍ତି, ରକ୍ତପାତ ଜାରି ରହୁ ବୋଲି କେହି ଚାହାନ୍ତି ନାହିଁ। କିନ୍ତୁ ୟୁକ୍ରେନ୍‌କୁ ବାଦ୍‌ ଦେଇ କୌଣସି ଶାନ୍ତି ଚୁକ୍ତି କରାଯିବା ଅନୁଚିତ।

Leave a comment

Your email address will not be published. Required fields are marked *