ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାରମ୍ବାର ଅଭିଯୋଗ ପରେ ମଧ୍ୟ ଇସ୍କନ ସଂଗଠନ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖୁବାକୁ ମିଳିଛି । ଏହି ଅଦିନିଆ ରଥଯାତ୍ରା ପ୍ରସଙ୍ଗକୁ ନେଇ ଗଜପତି ମହାରାଜା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ଗଜପତି ମହାରାଜା ତୁରନ୍ତ ହସ୍ତକ୍ଷେପ ଲୋଡିଛନ୍ତି । ଗତ ଏପ୍ରିଲ ୨୦ ତାରିଖରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗଜପତି ମହାରାଜା ନିଜର କଡ଼ା ଆଭିମୁଖ୍ୟ ଜଣାଇଥିଲେ । ଏଥର ୭୦ଟି ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା କରିବାକୁ ଇସ୍କନ ଯୋଜନା କରିଛି ଇସ୍କନର ଏଭଳି କାର୍ଯ୍ୟ ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଘୋର କୁଠାରଘାତ କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଗଜପତି ମହାରାଜା । ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଶ୍ରୀଜଗନ୍ନାଥଙ୍କ ସନାତନ ଐତିହ୍ୟର ସୁରକ୍ଷା ପାଇଁ ଗଜପତି ମହାରାଜା ନିଜ ଚିଠିରେ ଦାବି କରିଛନ୍ତି ।





















