ଓଡ଼ିଶା ଲିଡ୍ସ(ବ୍ୟୁରୋ): କଟକର ଏସସିବି ମେଡିକାଲର ଅଗ୍ନିକାଣ୍ତ ଘଟଣାରେ ଆଇସିୟୁରେ ଚିକିତ୍ସିତ ହେଉଥିବା ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି । ସେ ନିଜର X ଆକାଉଣ୍ଟ ଜରିଆରେ ଶୋକ ବାର୍ତ୍ତା ପୋଷ୍ଟ କରି ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ତାଙ୍କର ଗଭୀର ସମବେଦନା ଏବଂ ଆହତମାନଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛି । ଏହି ଦୁର୍ଘଟଣାରେ ସେ ମର୍ମାହତ ଥିବା ଲେଖିଛନ୍ତି ।




















