ଓଡ଼ିଶା ଲିଡ୍ସ(ବ୍ୟୁରୋ): ଏସସିବି ମେଡ଼ିକାଲ କଲେଜ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କୁ ଭେଟି ୬ଦଫା ଦାବି ଜଣାଇଛି ମିଳିତ ଵିରୋଧି ଦଳ । ଦାବିପତ୍ରରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ଏବଂ ଏହି ଘଟଣାରେ ସଂପୃକ୍ତ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହିତ ମୃତକଙ୍କ ପରିବାରବର୍ଗଙ୍କୁ ଏକ କୋଟି ଟଙ୍କାର ଆନୁସଙ୍ଗିକ ସହାୟତା ପ୍ରଦାନ ନେଇ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇଛନ୍ତି ମିଳିତ ବିରୋଧୀ ଦଳ ।




















