ଓଡ଼ିଶା ଲିଡ୍ସ(ଯାଜପୁର): ମଧ୍ୟପ୍ରଦେଶର ଇନ୍ଦୋରଠାରେ ଗତ ସେପ୍ଟେମ୍ବର ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ସିନିୟର କିକ ବକ୍ସିଂ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ତିନିଜଣ ପ୍ରତିଯୋଗୀଙ୍କୁ ଯାଜପୁର ନରସିଂହ ଚୌଧୁରି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ସାହୁ ଓ ଶକ୍ତିଶ୍ରୀ ସଂଯୋଜିକା ଶ୍ରଦ୍ଧାଞ୍ଜଳି ସାହୁ ସମ୍ବର୍ଦ୍ଧିତ କରିଛନ୍ତି।ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦିବ୍ୟଜ୍ୟୋତି ରାଉତ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ, ସୋନାଲୀ ଅସିମା ସୁତାର ଗୋଟିଏ ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି। ସେହିପରି ପବନ କୁମାର ପ୍ରଧାନ ପଞ୍ଚମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଛାତ୍ରଛାତ୍ରୀଙ୍କ ଏହି ସଫଳତା ନେଇ ଯାଜପୁର ସ୍ପୋର୍ଟସ୍ କିକ ବକ୍ସିଂ ଆସୋସିଏସନର ସଭାପତି ଡା. ବଟକୃଷ୍ଣ ମହାପାତ୍ର, ସମ୍ପାଦକ ଜ୍ୟୋତିର୍ମୟ ନାଥ ଶର୍ମା, ଗଣମାଧ୍ୟମ ପରାମର୍ଶଦାତାବ ତପନ ମହାନ୍ତି, ଶ୍ରଦ୍ଧାଞ୍ଜଳି ସାହୁ, ରଞ୍ଜନ ସୁତାର, ପ୍ରଶିକ୍ଷକ ରିତେନ୍ଦ୍ର ବିଶ୍ୱାଳ, କିଷାନ ପଣ୍ଡା, ଭାଗ୍ୟଶ୍ରୀ ମହାପାତ୍ର, ସସ୍ମିତା ରଣା, ଶ୍ୟାମ ସୁନ୍ଦର ବେହେରା, ଜିତେନ୍ଦ୍ର ମହାନ୍ତି ଏବଂ କ୍ଷୀରୋଦ ହାତୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।



















