ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦଳ ଵିରୋଧି କାର୍ଯ୍ୟପାଇଁ ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ଏହି ନିଷ୍ପତି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ନିକଟରେ ସନାତନ ମହାକୁଡ଼ ଦଳ ଵିରୋଧି ମନ୍ତବ୍ୟ ଦେଇଥିଲେ । ହେଲେ ଦଳ ବିରୋଧରେ ଯୁବ ବିଧାୟକ ଅରବିନ୍ଦ ମହାପାତ୍ର କୌଣସି ମତ ମନ୍ତବ୍ୟ ଦେଇ ନଥିଲେ ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ସମସ୍ତଙ୍କୁ ଚକିତ କରିଛି ।

ଦଳର କିଛି ନେତା ଗୁଇନ୍ଦା ରିପୋର୍ଟ ଆଧାରରେ ଉଭୟଙ୍କୁ ନିଲମ୍ବିତ କରାଯାଇଥିବା କହିଥିଲା ବେଳେ ଅତନୁ ସବ୍ୟସାଚୀ ନାୟକ ବିଶ୍ୱାସ ଘାତକଙ୍କୁ ଦଳରେ ସ୍ଥାନ ନାହିଁ ବୋଲି କହିଛନ୍ତି ।




















