ଓଡ଼ିଶା ଲିଡ୍ସ(ବ୍ରହ୍ମବରଦା): ବନ୍ଧଢି଼ଅ ପଞ୍ଚାୟତର ଦିଲ୍ଲୀପ ସାହୁ ଜଣେ ବ୍ୟବସାୟୀ ଥିଲେ। ବନ୍ଧଢ଼ିଅ ହାଟରେ ଏକ ଲୁଗା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ସେ ଦୀର୍ଘ ଦିନ ହେଲା ମଧୁମେହ ରୋଗରେ ପୀଡିତ ହେବା ପରେ ତାଙ୍କୁ ଏକ ଗୋଡ ହରାଇବାକୁ ପଡିଛି । ଦୀର୍ଘ ୩୦ ବର୍ଷ ଧରି ସେ ବ୍ୟବସାୟ କରି ଆସୁଥିଲେ ମଧ୍ୟ ଗୋଡ଼ ହରାଇବାରୁ ଦୋକାନ ବନ୍ଦ କରିବାକୁ ପଡିଲା । ଦୋକାନ ବନ୍ଦ ହେବା ଫଳରେ ତାଙ୍କ ପରିବାର ଆର୍ଥିକ ଅନଟନରେ ପଡିଲା।
ଏହି ଖବର ପାଇ ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ତାଙ୍କ ବାସଭବନରେ ପହଞ୍ଚି ଦିଲ୍ଲୀପଙ୍କୁ ଭେଟିବା ସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ।ଏହି ଅବସରରେ ଶ୍ରୀ ମହାପାତ୍ର ତାଙ୍କୁ ଶୀଘ୍ର ଏକ ବ୍ୟାଟେରୀ ଚାଳିତ ଗାଡି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଯାହା ଦ୍ୱାରା ସେ ପୁଣି ନିଜ ଜୀବିକା ନିର୍ବାହ କରିପାରିବେ ଓ ତାଙ୍କ ପରିବାର ମୁହଁରେ ହସ ଫୁଟାଇ ପାରିବେ ।ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଦିବ୍ୟାଙ୍ଗ ନାଗରିକ ସମ୍ମାନର ସହ ଜୀବନ ଯାପନ କରନ୍ତୁ। ଦିଲ୍ଲୀପଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ସହିତ ଏବଂ ବ୍ୟକ୍ତିଗତ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଶ୍ରୀ ମହାପାତ୍ରଙ୍କର ଏହି ମାନବିକ ପଦକ୍ଷେପକୁ ବନ୍ଧଢ଼ିଅ ଓ ବ୍ରହ୍ମବରଦା ଅଞ୍ଚଳରେ ପ୍ରଶଂସା କରାଯାଇଛି।




















