ଓଡ଼ିଶା ଲିଡ୍ସ(ଯାଜପୁର): ରମ୍ପା ନଦୀ ବନ୍ଧ କଡ଼ରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି । ମୃତ ମହିଳା ଜଣକଙ୍କର ପରିଚୟ ମଧ୍ୟ ମିଳିଛି । ମୃତ ମହିଳାଙ୍କ ନାମ ଗୀତା ଦାସ ଓ ତାଙ୍କ ବୟସ ୪୦ ବୋଲି ଜଣାଯାଇଛି । ସେ ସେହି ସ୍ଥାନରେ ନିଜ ପରିବାର ସହିତ ରହୁଥିଲେ । ଗତକାଲି ସନ୍ଧ୍ୟା ସାଢ଼େ ୭ ଟା ବେଳେ ନଦୀ ବନ୍ଧରେ ବସି ମୋବାଇଲରେ କାହା ସହିତ କଥା ହେଉଥିବା ସମ୍ପର୍କୀୟ ଦେଖିଥିଲେ । ହେଲେ ଏହା ପରଠାରୁ ସେ ନିଖୋଜ ହୋଇ ଯାଇଥିଲେ । ଆଜି ସକାଳେ ନଦୀ ବନ୍ଧ କଡ଼ ଜଙ୍ଗଲିଆ ଜାଗାରେ ତାଙ୍କ ମୃତ ଦେହ ଭାସୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ବରୀ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳକୁ ଆସି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।




















